ଓଡ଼ିଶାଲାଇଭ୍ ବ୍ୟୁରୋ

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଇସ୍ତଫା। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କଲେ ସୁକାନ୍ତ ନାୟକ।
ବିଜେଡିରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର।
ନିକଟରେ ଏକ ମିଶ୍ରଣ ପର୍ବରେ ତାଙ୍କୁ ଅଣଦେଖା କରାଯାଇଥିବା ସହ ଜିଲ୍ଲା ସଭାପତିଙ୍କ ମାନସିକ ନିର୍ଯାତନା ଅସହ୍ୟ ହୋଇଥିବା କହିଲେ ସୁକାନ୍ତ।
ଗୁରୁବାର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଇସ୍ତଫା ଦେଇଥିଲେ। ହେଲେ ନିର୍ବାଚନ ପୂର୍ବରୁ ଦୁଇ ନିର୍ବାଚିତ ପ୍ରତିନିଧି ଦଳ ଝାଡ଼ିବା ପରେ ବିଜେଡିକୁ ଏକ ପ୍ରକାର ଝଟକା ଲାଗିଛି।


















