ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବର୍ତ୍ତମାନ ସବୁଠି ନିର୍ବାଚନୀ ମଳୟ ବହୁଛି। ଏଣେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ନବୀନ ନିବାସରେ ଲାଗିଛି ନେତାଙ୍କ ଭିଡ଼। ବହୁ ସଂଖ୍ୟାରେ ନେତା ମନ୍ତ୍ରୀ, ବିଧାୟକ ତଥା ସାଂସଦଙ୍କ ନବୀନ ନିବାସରେ ଡେରା ପକାଇଛନ୍ତି।

ରବିବାର ସନ୍ଧ୍ୟା କିମ୍ବା ସୋମବାର ବିଜେଡି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ତେବେ କାହାକୁ ମିଳିବ ଟିକେଟ୍‌। ସେନେଇ ଆଶାୟୀ ପ୍ରାର୍ଥୀଙ୍କ ନବୀନ ନିବାସରେ ଡେରା। ତେବେ ବହୁ ବରିଷ୍ଠ ନେତାଙ୍କ ସହ ପଶ୍ଚିମ ଓଡ଼ିଶାର ବହୁ ଟାଣୁଆ ନେତାଙ୍କୁ ନବୀନ ନିବାସରେ ପହଞ୍ଚିଛନ୍ତି।

ବରିଷ୍ଠ ନେତା ନବ ଦାସ ଓ କିଶୋର ମହାନ୍ତିଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁସାନ୍ତ ସିଂ, ସଞ୍ଜୀବ ସାହୁ, ଅର୍କକେଶରୀ ସିଂହ ଦେଓ, ରାଜେନ୍ଦ୍ର ଢୋଲକିଆ, ବିଧାୟକ ଦେବେଶ ଆଚାର୍ଯ୍ୟ, ଦେବାଶିଷ ସାମନ୍ତାରାୟ, ସୁଦାମ ମାରାଣ୍ଡି ଭଳି ପ୍ରମୁଖ ବିଜେଡି ନେତାଙ୍କୁ ନବିନ ନିବାସ ରେ ଦେଖିବାକୁ ମିଳିଛି।

ରବିବାର ନବୀନ ନିବାସରେ ପହଞ୍ଚିଛନ୍ତି କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗ। ହଳଧର ନାଗ ନବୀନ ନିବାସରେ ପହଞ୍ଚିବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment