ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

 ସୋମବାର ବିଜେଡି ଘୋଷଣା କରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ଅନେକ ନୂଆ ମୁହଁକୁ ଟିକେଟ ମିଳିଛି ଅନେକଙ୍କୁ ମିଳିନାହିଁ। ଏହି ତାଲିକାରେ ନବୀନ ଦୁଇଟି ସ୍ଥାନ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।

ଏ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ନବୀନ ବାବୁ ଭୟଭୀତ। ନିଜର ସମ୍ମାନ ବଞ୍ଜାଇବା ଲାଗି ସେ ବିଜେପୁରରୁ ନିର୍ବାଚନ ଲଢୁଛନ୍ତି।”

ଏହାସହିତ ସେ ଆହୁରି କହିଛନ୍ତି, “ଆଗାମୀ ନିର୍ବାଚନ କଂଗ୍ରେସ ସରକାର ଗଢିବ। ସବୁବେଳେ ଦଳ ଲୋକଙ୍କ ସହ ଅଛି ଓ ରହିବ। ଆମେ ମହିଳା , ଚାଷୀଙ୍କ ଲାଗି କାମ କରିବୁ।”

Comment