ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି ଗୁରୁବାର ୯୯ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି କଂଗ୍ରେସ ଭଳି ବିଜେପିରେ ମଧ୍ୟ ଟିକେଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି।

ବିଜେପି ତାଲିକାରେ ଭୁବନେଶ୍ୱର ଏକାମ୍ର ଲାଗି ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବାବୁ ସିଂଙ୍କୁ ଟିକେଟ ଦେଇଛି, ଯାହାପରେ ଅସନ୍ତୋଷ ଦେଖାଦେଇଛି। ଟିକେଟ ଘୋଷଣା ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଭୁବନେଶ୍ୱର ଏକାମ୍ର ଲାଗି ଅମୀୟ ଦାସ ଦାବିଦାର ଥିଲେ। କିନ୍ତୁ ଶେଷରେ ବିଜେପି ତାଙ୍କୁ ଟିକେଟ ଦେଇନଥିବାରୁ ତାଙ୍କ ସମର୍ଥକ ମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଧାରଣା ବସିଛନ୍ତି।

ଏହି ଧାରଣାରେ ଅନେକ ସଂଖ୍ୟାରେ ଅମୀୟ ଦାସଙ୍କ ସମର୍ଥକ ଏକାଠି ହୋଇଛନ୍ତି। ଅନେକ ସଂଖ୍ୟାରେ ମହିଳା ଓ ପୁରୁଷ ଧାରଣାରେ ବସିଛନ୍ତି।

ସମର୍ଥକ ମାନେ ଦାବି କରିଛନ୍ତି କି ଯେ ପର୍ଯ୍ୟନ୍ତ ଅମୀୟ ଦାସଙ୍କୁ ଟିକେଟ ନମିଳଇଭ ବା ଏ ନେଇ କିଛି ଗୋଟେ ନିଷ୍ପତ୍ତି ନିଆନଯାଇଛି ସେତେ ଯାଏ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

କଛି ସମର୍ଥକ ଏପରି ବି କହିଛନ୍ତି କି ଅମୀୟଙ୍କୁ ଟିକେଟ ମିଳିବା ନେଇ ଦଳ ତରଫରୁ ସବୁଜ ସଙ୍କେତ ମିଳିଥିଲା କିନ୍ତୁ ଶେଷ ସମୟରେ ନାଁ ବଦଳାଯାଇଛି ଯାହାକୁ ନେଇ ସେମାନେ ଧାରଣା ଦେଇଛନ୍ତି। ତେବେ ଦେଖିବାର କଥା ପ୍ରାର୍ଥୀ ତାଲିକା ଘୋଷଣାକୁ ଗୋଟିଏ ଦିନ ନବିତୁଣି ଦେଖାଦେଇଥିବା ବିଦ୍ରୋହକୁ ଦଳ କିପରି ସମ୍ଭାଳୁଛି।

Comment