ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ପୁରୀ ଷ୍ଟେସନରେ ରହିଥିବା ବେଳେ ଏସ୍-୩, ଏସ୍-୪, ଏସ୍-୫ ବଗିରେ ନିଆଁ ଲାଗି ଯାଇଛି। ଅଗ୍ନିକାଣ୍ଡରେ ଏସ୍-୫ ବଗି ଅଧିକ କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିବା ବେଳେ ବଗିରେ କେହି ଯାତ୍ରୀ ନଥିଲେ। ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଛି।

Comment