ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସ ଶୁକ୍ରବାର ବିଳମ୍ବିତ ରାତିରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ୫୪ ବିଧାନସଭାର ପ୍ରାର୍ଥୀଙ୍କ ନାଁକୁ ଘୋଷଣା କରାଯାଇଛି।
ଏହି ତାଲିକାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡାଙ୍କୁ କଂଗ୍ରେସ ଟିକେଟ ଦେଇଛି। ରଣପୁର ନିର୍ବାଚନ ମଣ୍ଡଳୀରୁ ମିଲି ଓରଫ ଶୁଭଶ୍ରୀ ପଣ୍ଡା ନିର୍ବାଚନ ଲଢ଼ିବେ।
କିଛି ଦିନ ପୂର୍ବରୁ ମିଲି କଂଗ୍ରେସରେ ସାମିଲ ହୋଇଥିଲେ। ତେବେ ମିଲି ୨୦୧୪ରେ ରାଜନୀତି ମୈଦାନକୁ ଓହ୍ଲାଇ ଆମ ଓଡ଼ିଶା ପାର୍ଟିରେ ସାମିଲ ହୋଇଥିଲେ ଓ ନିର୍ବାଚନ ଲଢିଥିଲେ ରଣପୁର ବିଧାନସଭା ଆସନ ଲାଗି।
କିନ୍ତୁ ମିଲି ବିଜେଡିର ପ୍ରାର୍ଥୀ ରବି ନାରାୟଣ ମହାପାତ୍ରଙ୍କ ଠାରୁ ହାରି ଯାଇଥିଲେ। ଏଯାଏଁ ବିଜେଡି ରଣପୁର ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିନଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି।


















