ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଏବେ ସାରା ଦେଶରେ ନିର୍ବାଚନୀ ମଳୟ ବହୁଛି। ଏହାରି ଭିତରେ ନିର୍ବାଚନ ତାରିଖ ଘୋଷଣା ସହିତ ବିଭିନ୍ନ ଆସନ ଲାଗି ପ୍ରାର୍ଥୀଙ୍କ ନାଁକୁ ଫାଇନାଲ କରିଛନ୍ତି ରାଜନୈତିକ ଦଳ।

ସେହିକ୍ରମରେ ବିଜେଡିର ବିଧାୟିକା ପ୍ରାର୍ଥୀ ଉଷା ଦେବୀ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଶନିବାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି।

ଚିକିଟି ବିଧାନସଭା ଆସନ ଲାଗି ବିଜେଡିର ପ୍ରାର୍ଥୀ ଅଛନ୍ତି ଉଷା ଦେବୀ। ନିଜ ସମର୍ଥକଙ୍କ ସହ ଉଷା ଦେବୀ ଆଜି ପ୍ରଚାର ଆରମ୍ଭ କରିଛନ୍ତି।

ପୂର୍ବରୁ ମଧ୍ୟ ବିଜେଡିରୁ ନିର୍ବାଚନ ଲଢି ଜିତିବା ସହ ବିଜୁ ଜନତା ଦଳର ମନ୍ତ୍ରୀ ରହିସାରିଛନ୍ତି ଉଷାଦେବୀ।

ପ୍ରଚାର ସମୟରେ ଉଷାଦେବୀଙ୍କ ସମର୍ଥକ ମାନେ କହିଛନ୍ତି ଏଥର ଉଷାଦେବୀ ନିର୍ବାଚନ ଜିତିବେ। ଆମୁଣ୍ଡିରେ ଉଷାଦେବୀ ନିଜ ସମର୍ଥକଙ୍କ ସହ ପ୍ରଚାର କରିଛନ୍ତି।

LEAVE A REPLY

Please enter your comment!
Please enter your name here