ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ବହୁ ଅଜବ ସଉକର ଲୋକ ଅଛନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜର ଶ୍ରବଣଶକ୍ତି ବଢ଼ାଇବା ପାଇଁ ତାଙ୍କ କାନ ଦୁଇଟିକୁ କାଟି ଦେଇଛନ୍ତି। ଅବଶ୍ୟ ଏହି ବ୍ୟକ୍ତି ଜଣଙ୍କ ବଡି ମଡିଫିକେସନ ଟ୍ରେଣ୍ଡକୁ ଆପଣାଇବାକୁ ଯାଇ ଏପରି କରିଛନ୍ତି, ଯାହାର ଫଟୋ ଖୁବ୍ ଭାଇରାଲ ହେଉଛି।
ଏହି ବ୍ୟକ୍ତିଙ୍କ ନାଁ ଚାର୍ଲ୍ସ ଭେଣ୍ଟଲ ଏବଂ ସେ ତାଙ୍କର ଏହି ସଉକ ପୂରଣ କରିଛନ୍ତି ସ୍ୱିଡେନର ପ୍ରଖ୍ୟାତ ବଡି ମଡିଫିକେସନ ଆର୍ଟିଷ୍ଟ ମାଇବର୍ଟଙ୍କ ସହଯୋଗରେ। ଏହି ଅପରେସନକୁ ସେ କଞ୍ଚ ରିମୁଭାଲ ବୋଲି କୁହନ୍ତି। ସାରା ବିଶ୍ୱରେ ଏଭଳି ଅପରେସନ ହାତ ଗଣତି କିଛି ବଡି ମଡିଫିକେସନ ଆର୍ଟିଷ୍ଟ ହିଁ କରିପାରନ୍ତି।
ଚାର୍ଲ୍ସ ଭେଣ୍ଟଲଙ୍କ କହିବା ଅନୁସାରେ କାନ କଣା କରିବା ଦ୍ୱାରା ଶ୍ରବଣ ଶକ୍ତି ଅଧିକ ବୃଦ୍ଧି ପାଇଛି। ଅପରେସନ ସତ୍ତ୍ୱେ କାନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଆରମ୍ଭରୁ ୧୫ ଦିନ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଅଜବ କାନକଟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଫେସବୁକରେ ୧୬ ହଜାରରୁ ଅଧିକ କମେଣ୍ଟ ଆସିଥିଲାବେଳେ ୧୭ ହଜାରରୁ ଅଧିକ ଏହାକୁ ସେୟାର କରାଯାଇଛି।








