ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରିଛି ଆଣ୍ଟି ସାଟେଲାଇଟ୍ ମିସାଇଲ୍। ବୁଧବାର ଏହାକୁ ସଫଳ ପରୀକ୍ଷଣ କରି ଭାରତ ବନିଯାଇଛି ସାରା ବିଶ୍ୱରେ ଚତୁର୍ଥ ମହାଶକ୍ତି ଦେଶ। ମିଶନ ଶକ୍ତି ଜରିଆରେ ଡିଆର୍ଡିଓ ପକ୍ଷରୁ ଏହି ମିସାଇଲ୍କୁ ବିକଶିତ କରାଯାଇଥିବା ବେଳେ ଆଜି ଏହାକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ତେବେ କ’ଣ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍? ଆସନ୍ତୁ ଜାଣିବା,
ଆଣ୍ଟି ସାଟେଲାଇଟ୍ ମିସାଇଲ୍ ମାଧ୍ୟମରେ ମହାକାଶରେ ଶତ୍ରୁ ପକ୍ଷର ସନ୍ଦିଗ୍ଧ ସାଟେଲାଟ୍କୁ ଧ୍ୱଂସ କରାଯାଇପାରିବ। ଡିଆରଡିଓ ପକ୍ଷରୁ ଏହାକୁ ବିକଶିତ କରାଯାଇ ଆଜି ମହାକାଶ ନିମ୍ନ ଭୂକକ୍ଷରେ ଅବସ୍ଥିତ ଏକ ସାଟେଲାଇଟ୍କୁ ନଷ୍ଟ କରି ସଫଳତାର ସହ ପରୀକ୍ଷଣ କରାଯାଇଛି।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ସାଧାରଣ ମିସାଇଲରେ ବାରୁଦ ବ୍ୟବହାର କରାଯାଉଥିବା ବେଳେ ଆଣ୍ଟି ସାଟେଲାଇଟ୍ ମିସାଇଲ୍ରେ ବାରୁଦ ବ୍ୟବହାର ହୋଇନଥାଏ। କାଇନାଟିକ୍ କିଲ୍ ମେକାନିଜିମ୍ ଜରିଆରେ ଏହି ମିସାଇଲ କାମ କରିଥାଏ।
ଏହି ମସାଇଲର ଉପରି ଭାଗ ଏକ ମେଟାଲ୍ ଷ୍ଟ୍ରିପ୍ ରହିଥାଏ। ଟାର୍ଗେଟ ହୋଇଥିବା ସାଟେଲାଇଟ୍ ଉପରେ ଏହି ମେଟାଲ୍ ବଲ୍ଟି ପଡ଼ିବା ସହ ଏହାକୁ ଧ୍ୱଂସ କରିବାରେ ସକ୍ଷମ ହୋଇଥାଏ। ସେଥିପାଇଁ ଏହି ମିସାଇଲ୍କୁ କାଇନାଇଟ୍ କିଲ୍ ୱିପନ୍ ବୋଲି ମଧ୍ୟ କୁହାଯାଏ।
ଭାରତ ପୂର୍ବରୁ ଆମେରିକା, ଚୀନ ଓ ରୁଷ ଏହି ଶକ୍ତିଶାଳୀ ମିସାଇଲର ଅଧିକାରୀ ହୋଇଥିଲେ। ସବୁଠୁ ବଡ଼ କଥା ହେଉଛି ଏହି ଆଣ୍ଟି ସାଟେଲାଇଟ୍ ମିଶାଇଲ୍ ଓଡ଼ିଶାର କଲାମ ଦ୍ୱୀପସ୍ଥିତ ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ କରାଯାଇଛି।








