ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଥିଲାବେଳେ ନେତା ନିର୍ବାଚନୀ ପ୍ରଚାର ପାଇଁ ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନରେ ନିଜ ଆସନ ସୁନିଶ୍ଚିତ କରିବା ପାଇଁ ପ୍ରାର୍ଥୀ ନିଜ ନିଜ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋର କରୁଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର।
ରବିବାର ସେ ପୁରୀରେ ଏକ ଗାଁରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ସେ ଏକ ଗରିବ ବିଧବା ମହିଳାଙ୍କ ଘରେ ଖାଇବା ସହ ତାଙ୍କୁ ନିଜ ହାତ ରେ ଖୁଆଇଛନ୍ତି।
ଏହା ମୋର ନିଜ ଘର, ମାଁ ମୋତେଗରିବ ବିଧବା ମହିଳାଙ୍କ ଘରେ ଖାଇବା ସହ ତାଙ୍କୁ ନିଜ ହାତ ରେ ଖୁଆଇଛନ୍ତି। ନିଜ ହାତରନ୍ଧା ଖୁଆଇଲେ । ମୁଁ ମଧ୍ୟ ମୋ ନିଜ ହାତରେ ତାଙ୍କୁ ଖୁଆଇଲି ଏବଂ ମୁଁ ଜାଣେ ମାନବ ସେବା ହିଁ ଈଶ୍ୱରଙ୍କ ସବୁଠୁ ବଡ଼ ପୂଜା ଅଟେ l [2/2]@BJP4Odisha #PhirEkBaarModiSarkar pic.twitter.com/PiZLZKSZmL
— Chowkidar Sambit Patra (@sambitswaraj) March 31, 2019

ସେ ପୋଷ୍ଟ କରି ଲେଖିଛନ୍ତି “ଏହା ମୋର ନିଜ ଘର, ମାଁ ମୋତେ ନିଜ ହାତରନ୍ଧା ଖୁଆଇଲେ । ମୁଁ ମଧ୍ୟ ମୋ ନିଜ ହାତରେ ତାଙ୍କୁ ଖୁଆଇଲି ଏବଂ ମୁଁ ଜାଣେ ମାନବ ସେବା ହିଁ ଈଶ୍ୱରଙ୍କ ସବୁଠୁ ବଡ଼ ପୂଜା ଅଟେ l”, ନିଜ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ସମ୍ବିତ।
ସମ୍ବିତଙ୍କୁ ଏହି ପୋଷ୍ଟ ପାଇଁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ଏହାର କାରଣ ସମ୍ବିତ ଯେଉଁଠି ଖାଉଛନ୍ତି ସେଠାରେ ବୁଢ଼ୀ ମା’ ଜଣକ ଗ୍ୟାସରେ ନୁହେଁ ବରଂ ଚୁଲିରେ ରୋଷେଇ କରୁଛନ୍ତି।

ଉଜ୍ଜ୍ଵଳା ଯୋଜନା କଥା ବିଜେପି ସବୁବେଳେ କହି ଆସୁଛି ହେଲେ ଏହି ଗରିବ ପରିବାର କାହିଁକି ଉଜ୍ଜ୍ଵଳା ଯୋଜନାରେ ସାମିଲ ହୋଇପାରିନାହାନ୍ତି ବୋଲି ତାଙ୍କୁ ସୋସିଆଲ ମିଡିଆରେ ପ୍ରଶ୍ନ କରାଯାଇଛି। ଏପରିକି ଶାସକ ବିଜୁ ଜନତା ଦଳ ବି ଏ ନେଇ ସମ୍ବିତଙ୍କୁ ପ୍ରଶ୍ନ କରିଛି।
ଜାତୀୟ ଗଣମାଧ୍ୟମରେ ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସମ୍ବିତ ଏବେ ନିର୍ବାଚନୀ ପ୍ରଚାର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରି ବିବାଦକୁ ଆସିଥିଲେ।


















