ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନୀ ଇସ୍ତହାର ଘୋଷଣା କରିଛି କଂଗ୍ରେସ। ଲୋସକଭା ନିର୍ବାଚନ ଲାଗି କଂଗ୍ରେସ ଇସ୍ତାହର ଘୋଷଣା କରିଛି। ଏଥିରେ ଲୋକଙ୍କ ଲାଗି ପ୍ରତିଶ୍ରୁତିର ପେଡ଼ି ରଖିଛି କଂଗ୍ରେସ। ଇସ୍ତାହାର ଘୋଷଣା ସମୟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ସୋନିଆ ଗାନ୍ଧି,ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବ୍ୟତିତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
କଂଗ୍ରେସ ତା’ର ଇସ୍ତାହାରର ନାଁ ରଖିଛି ‘ଜନ ଆୱାଜ୍’। ଏହି ଇସ୍ତାହରରେ କଂଗ୍ରେସ ୫ଟି ଥିମ୍ ରଖିଛି।
ଆମର ପ୍ରଥମ ଗ୍ୟାରେଣ୍ଟି ‘ଗରିବି ପର୍ ବାର୍’ , ୭୨ ହଜାର ବୋଲି କହିଛନ୍ତି ରାହୁଲ ଗାନ୍ଧି।
ଏହା ସହିତ ରାହୁଲ ଆହୁରି ମଧ୍ୟ କହିଛନ୍ତି, “ନୂଆ ବ୍ୟବସାୟ ପାଇଁ ୩ବର୍ଷ ପର୍ଯ୍ୟନ୍ତ ଅନୁମତି ନେବାକୁ ପଡ଼ିବନି। ଚାଷୀ ଋଣ ଶୁଝି ନପାରିଲେ ଅପରାଧିକ ମାମଲା କରାଯିବ ନାହିଁ। ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ କରାଯିବ ଉଚିତ୍। ମନରେଗାରେ କାର୍ଯ୍ୟଦିବସକୁ ବୃଦ୍ଧି କରାଯିବ। ଏହାକୁ ୧୦୦ରୁ ୧୫୦ଦିନକୁ ବୃଦ୍ଧି କରାଯିବ।”
ଏଥରା ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ରୁ ମେ ୧୯ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚଵ ପୂର୍ବରୁ ଏବେ ସବୁ ଦଳର ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରୁଛନ୍ତି।

















