ଓଡ଼ିଶଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ରହିଛ। ଏହା ପୂର୍ବରୁ ପ୍ରତି ଦଳ ସେମାନଙ୍କର ପ୍ରଚାରକୁ ଜୋରସୋର କରୁଛନ୍ତି। ଆଜି ନିର୍ବାଚନୀ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଏସପି ମୁଖ୍ୟ ମାୟାବତୀ ଓଡ଼ିଶା ଆସୁଛନ୍ତି।
ପ୍ରଧାନମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଆସି ଦିନ ୧୧ଟାରେ ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରାରେ ଉଦବୋଧନ ଦେବେ। ମୋଦିଙ୍କ ଛଡ଼ା ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ପାରାଦୀପ ଓ ତିର୍ତ୍ତୋଲ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।
କେନ୍ଦ୍ର ମନ୍ତ୍ରୀ ରାଜ ସିଂ ବିଷମକଟକ, ଗୁଣୁପୁର, କବିସୂର୍ଯ୍ୟନଗରରେ ପ୍ରଚାର କରିବେ। ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଙ୍ଗିରିପୋଷି, ଉଦଳା ଓ ବାରିପଦାରେ ପ୍ରଚାର କରିବେ। ସେହିପରି ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ ସଭାରେ ଯୋଗ ଦେବେ।


















