ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ବଧାନସଭା ନିର୍ବାଚନ ମଣ୍ଡଳୀରେ ନିଶ୍ଚିତ ପରିବର୍ତ୍ତନ ପାଇଁ ଏପ୍ରିଲ ୧ରେ ବିଜେପି ବିଜୟ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛି। ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ପିପିଲି ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏହି ବିଜୟ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ସୋମବାର ସମ୍ବିତ ଓ ଆଶ୍ରିତ ପିପିଲି ପୀଡ଼ିତାଙ୍କ ଘରକୁ ଯାଇ ସେଠାରେ ଭୋଜନ କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀର ବିଜେପି ଲୋସକଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ଆଶ୍ରିତ ପଟ୍ଟନାୟକ ବିରାଟ ବାଇକ ଶୋଭାଯାତ୍ରା କରି ପୁବାଶାସନ, ଲକ୍ଷ୍ମନାରାୟଣପୁର, ଗୋବିନ୍ଦପୁର ପଞ୍ଚାୟତ ବୁଲିଥିଲେ। ମଧ୍ୟାହ୍ନରେ ବେବିନାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ଏହାସହିତ ବେବିନାଙ୍କ ଘରେ ପଖାଳ ଖାଇଥଲେ।

“ଦଳ ଜିତିଲେ ବେବିନାଙ୍କ ମାମଲାର ସିବିଆଇ ତଦନ୍ତ ହେବ ଓ ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ”, ପରିବାର ଲୋକଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସମ୍ବିତ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କୁ ସମାଲୋଚନା କରିଛନ୍ତି ସମ୍ବିତ।

“ଅପରାଧୀଙ୍କୁ ବଞ୍ଚାଇବା ପାଇଁ ସବୁପ୍ରକାର ଚେଷ୍ଟାରତ ଥିବା ପ୍ରଦୀପ ମହାରଥୀଙ୍କୁ ବିଜେଡି ପୁଣି ପିପିଲି ବିଧାନସଭା ଲାଗି ନିଜର ପ୍ରାର୍ଥୀ ଘୋଷଣା କରିଛି। ଆମେ ଏହାକୁ ପୂର୍ଣ୍ଣ ବିରୋଧ କରୁଛୁ। ମୁଁ ବେବିନାଙ୍କ ପରିବାର ଲୋକଙ୍କୁ କଥା ଦେଇଛି ଯେ ନିର୍ବାଚନ ଜିତିଲେ ଏଇ ମାମଲାର ସିବିଆଇ ଯାଞ୍ଚ କରାଯିବା ସହ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡିତ କରାଯିବ”,  ଟୁଇଟରେ ଲେଖିଛନ୍ତି ସମ୍ବିତ।

Comment