ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜଣକ ପରେ ଜଣେ ନେତା କଂଗ୍ରେସକୁ ଦେଉଛନ୍ତି ଝଟକା।

୨୦୧୯ ନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ଟିକେଟ ତାଲିକା ଘୋଷଣା କରୁଥିବା ବେଳେ କଂଗ୍ରେସରେ କିନ୍ତୁ ଝାମେଲା ତୁଟୁନିା କଂଗ୍ରେସ ଟିକେଟ ଦେଉଛି, ହେଲେ ନେତା ଟିକେଟ ନବାକୁ ରାଜି ନାହାନ୍ତିା ଯେଉଁମାନଙ୍କୁ କଂଗ୍ରେସ ଟିକେଟ ଦେଉଛି ସେମାନଙ୍କ ଭିତରୁ ଅଧିକାଂଶ ଟିକେଟ ଫେରାଇ ଦେଉଛନ୍ତିା

ଏହାର ସଦ୍ୟତମ ଉଦାହରଣ ପିପିଲି, ତିର୍ତ୍ତୋଲ ଏବଂ ବେଗୁନିଆ ବିଧାନସଭା ଆସନରେ ଦେଖିବାକୁ ମିଳିଛିା

ପିପିଲି ପାଇଁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଯୁଧିଷ୍ଠିର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତିା ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ ଆସନ୍ତା କାଲି ରହିଥିବା ବେଳେ କଂଗ୍ରେସ ଏବେ ଚିନ୍ତାରେ ପଡ଼ିଛିା ଏହି ଆସନରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଭାଳେଣି ପଡ଼ିଛିା

‘‘ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିଛିା ଏଣୁ ମୁଁ ନିର୍ବାଚନ ଲଢ଼ିବି ନାହିଁ। ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ମୁଁ ଏହି ନିଷ୍ପତ୍ତି ନେଇଛି’’, କହିଛନ୍ତି ଯୁଧିଷ୍ଠିର ସାମନ୍ତରାୟା

ଯୁଧିଷ୍ଠିରଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଶିବିରରେ ଚର୍ଚ୍ଚା ନଥମୁଣୁ ସନ୍ଧ୍ୟାରେ ଆଉ ଏକ ଝଟକା ଖବର ଆସିଛିା ବିଭୁ ପ୍ରସାଦ ତରାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତିା ବିଭୁଙ୍କୁ କଂଗ୍ରେସ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା। ହେଲେ ବିଭୁ ଟିକେଟ ଫେରାଇବା ବଦଳରେ ସିଧା ପାର୍ଟି ଛାଡ଼ିଛନ୍ତିା

ବିଭୁଙ୍କ ପୂର୍ବରୁ ସେମିତି ବେଗୁନିଆରେ ଝଡ଼ ଉଠିଥିଲା। ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା କଂଗ୍ରେସା କିନ୍ତୁ ସେ ମନା କରିବାରୁ ଏଠାରେ କଂଗ୍ରେସ ପ୍ରାର୍ଥୀ ବଦଳାଇ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛିା

ଠିକ୍ ସମିତି ପ୍ରଥମ ଦଫା ପ୍ରାର୍ଥି ତାଲିକା ଘୋଷଣା ବେଳେ ବି କଂଗ୍ରେସ ଝଟକା ଖାଇଥିଲା। ରାଉରକେଲା ବିଧାନସଭା ଆସନ ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସା ହେଲେ ମୁକ୍ତିକାନ୍ତ ଟିକେଟ ଫେରାଇ ଦେଇଥିଲୋ ତାଙ୍କ ଜାଗାରେ ଦଳ ନୂଆ ମୁହଁକୁ ପ୍ରାର୍ଥୀ ଦେଇଥିଲା।

ଟିକେଟ ବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ସାଲେପୁର ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିଥିଲୋ ଜଣେ ନିର୍ବାଚିତ ବିଧାୟକ ନିର୍ବାଚନ ବେଳେ ଦଳ ଛାଡ଼ିବା କଂଗ୍ରେସକୁ ଅଡୁଆରେ ପକାଇଥିଲା।

ଏହା ପୂର୍ବରୁ ଯୋଗେଶ ସିଂ, ନବ ଦାସଙ୍କ ଭଳି ନେତା କଂଗ୍ରେସ ଛାଡ଼ିଥିଲୋ ଏଠି ଦଳ ନୂଆ ମୁହଁକୁ ପ୍ରାର୍ଥୀ କରିଛିା ହେଲେ ଏବେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜଣକ ପରେ ଜଣେ ନେତା ଟିକେଟ ନେବାକୁ ରାଜନି ହେଉ ନଥିବାରୁ ଦଳ ଅଡୁଆରେ ପଡ଼ିଥିବା କୁହାଯାଉଛିା

Comment