ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ବଜାରରେ ସେଓ, ଅଙ୍ଗୁର, ତରଭୂଜ କିମ୍ବା ସପୁରୀ ଭଳି ଫଳ ୧୦୦ରୁ ୨୦୦ଟଙ୍କା ଭିତରେ ମିଳିଯାଏ। କିନ୍ତୁ ବିଶ୍ୱରେ ଏମିତି କିଛି ଫଳ ଅଛି ଯାହାର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।
ସ୍କ୍ୱାୟାର୍ ତରଭୂଜ
ସାଧାରଣତଃ ଭାରତରେ ତରଭୂଜ ଗୁଡିକ ଗୋଲାକାର ହୋଇଥାଏ। କିନ୍ତୁ ଜାପାନରେ ସ୍କ୍ୱାୟାର୍ ତରଭୂଜ ଦେଖିବାକୁ ମିଳେ। ହୃଦୟ ଆକୃତିର ଏହି ତରଭୂଜର ମୂଲ୍ୟ ୫୦ହଜାର ଟଙ୍କା ହୋଇଥାଏ।

ଡେକୋପୋନ୍ ସିଟର୍ସ
ଡେକୋପୋନ୍ ସିଟର୍ସ ଏକ ପ୍ରକାର କମଳା। ଏହା ବିଶ୍ୱର ସବୁଠୁ ସ୍ବାଦିଷ୍ଟ ଆଉ ମିଠା କମଳା ଭାବେ ପରିଗଣିତ ହୋଇଥାଏ। ଏହାକୁ କିଣିବା ହେଲେ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

ସୌକାଇ ଇଞ୍ଚି ଆପୁଲ୍
ଜାପାନ୍ରେ ସୌକାଇ ଇଞ୍ଚି ସେଓ ଜାପାନରେ ମିଳେ। ଏହା ଦେଖିବାକୁ ବିରାଟ ବଡ। ଗୋଟିଏ ସେଓ ଏକ କିଲୋରୁ ଊର୍ଦ୍ଧ୍ୱ। ଏହି ସେଓରୁ ମୂଲ୍ୟ ୧୩୦୦ରୁ ୧୪୦୦ ହୋଇଥାଏ।
ରୁବି ରୋମନ ଗ୍ରେପ୍ସ୍
ବିଶ୍ୱର ସବୁଠୁ ମହଙ୍ଗା ଅଙ୍ଗୁର ଭାବେ ରୁବି ରୋମନ ଗ୍ରେପ୍ସର ଖ୍ୟାତି ରହିଛି। ଏକ କିଲୋ ରୁବି ରୋମନ ଅଙ୍ଗୁରର ମୂଲ୍ୟ ୫୦ଲକ୍ଷ ଟଙ୍କା।








