ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲ୍ରେ ହେବ କଡ଼ା ମୁକାବିଲା। ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ମୁମ୍ବାଇର ଓ୍ଵାଙ୍ଖେଡ଼ା ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଧୋନି ବାହିନୀ ଚେନ୍ନାଇ ଟିମ୍। ବୁଧବାର ଚଳିତ ଆଇପିଏଲ୍ ସିଜନର ୧୫ତମ ମ୍ୟାଚ୍ ମୁମ୍ବାଇରେ ରାତି ୮ଟାରେ ଆରମ୍ଭ ହେବ।
ଉଭୟ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ତିନୋଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି। ପଏଣ୍ଟ ତାଲିକା ଅନୁଯାୟୀ ଚେନ୍ନାଇ ତିନୋଟି ମ୍ୟାଚ୍ରେ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ତାନରେ ଥିବା ବେଳେ ମୁମ୍ବାଇ ଗୋଟିଏ ବିଜୟ ଓ ୨ଟି ପରାଜୟ ସହିତ ତାଲିକାର ସପ୍ତମ ସ୍ଥାନରେ ରହିଛି।
ରାତି ୮ରେ ଓ୍ଵାଙ୍ଖେଡ଼ା ଷ୍ଟାଡିୟମରେ ଚେନ୍ନାଇ ଓ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦୀ ମୁମ୍ବାଇ ମଧ୍ୟରେ ହେବ ହାଇଭୋଲ୍ଟେଜ୍ ମ୍ୟାଚ୍।








