ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଗଞ୍ଜାମରୁ ମାରାଥନ ପ୍ରଚାର ଆରମ୍ଭ କରିବେ ନବୀନ। ହାଇଟେକ୍‌ ବସ୍‌ରେ ନିର୍ବାଚନ ପ୍ରଚାର କରିବେ ନବୀନ ପଟ୍ଟନାୟକ। ଆଜି ଅପରାହ୍‌ଣ ୩ଟାରୁ ରାତି ୮ଟା ୪୦ମିନିଟ ମଧ୍ୟରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କିନିଷଠାରୁ ବ୍ରହ୍ମପୁର ସହର ଦେଇ ରମ୍ଭା ପର୍ଯ୍ୟନ୍ତ ମାରାଥନ ରୋଡ ସୋ’ କରିବା ସହ ଦୁଇଟି ନିର୍ବାଚନ ସଭାରେ ଯୋଗ ଦେବେ।

ନବୀନ ପଟ୍ଟନାୟକ ବ୍ରହ୍ମପୁର, ଛତ୍ରପୁର ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comment