ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପାଟନା ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ ହେବେ। ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ପରେ  ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହେବା ନିଶ୍ଚିତ ହୋଇଥିଲା।

କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଶତ୍ରୁଘ୍ନ କଂଗ୍ରେସରେ ଆଜି ସାମିଲ ହେବେ।

ଏହା ପରେ ଚର୍ଚ୍ଚା ହେଉଛି ଶତ୍ରୁଘ୍ନଙ୍କୁ ପାଟନା ସାହିବ ଲୋକସଭା ଆସନ ଲାଗି କଂଗ୍ରେସ ସାଂସଦ ପ୍ରାର୍ଥୀ କରିପାରେ।

କହି ରଖୁଛୁ ବିଜେପି ଏଥର ପାଟନା ସାହିବ ଆସନ ଲାଗି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ଯେଉଁ ଆସନରୁ ଶତ୍ରୁଘ୍ନ ବିଜେପିର ସାଂସଦ ଥିଲେ। ତେବେ ଦଳ ତାଙ୍କୁ ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ଏପରିକି ତାଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହୋଇଥିଲା। ନିକଟରେ ତାଙ୍କର ଏକ ଟୁଇଟକୁ ନେଇ ଢେର ଚର୍ଚ୍ଚା ହୋଇଥିଲା।

ଯଦି କଂଗ୍ରେସ ଶତ୍ରୁଘ୍ନଙ୍କୁ ସେହି ଆସନରୁ ଟିକେଟ ଦିଏ ତେବେ ଆଗାମୀ ନିର୍ବାଚନରେ ପାଟନା ସାହିବ ଆସନ ଲାଗି ରବିଶଙ୍କର ପ୍ରସାଦ ବନାମ ଶତ୍ରୁଘ୍ନ ସିହ୍ନା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here