ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଏକାଧିକ ଆଶାୟୀ, ବିଜେଡି ଟିକେଟ ନେବ କିଏ?

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଗୋଟିଏ ସପ୍ତାହରୁ ବି ଅଳ୍ପଦିନ ଅଛି । ଅନ୍ୟପଟେ ତିନି ପ୍ରମୁଖ ଦଳ(ବିଜେପି,ବିଜେଡି, କଂଗ୍ରେସ)ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି।

ବିଜେଡି ଏ ପର୍ଯ୍ୟନ୍ତ ୨୧ ଲୋକସଭା ଆସନ ସହ ୧୪୫ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇସାରିଛି। ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କେବଳ କେନ୍ଦ୍ରାପଡ଼ା ଓ ବାରିପଦା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ।

ଚର୍ଚ୍ଚା ହେଉଛି ଏହି ଦୁଇ ଆସନ ଲାଗି ବିଜେଡିର ଏକାଧିକ ପ୍ରାର୍ଥୀ ଆଶାୟୀ ଥିବାବେଳେ ଦଳ କାହାକୁ ଟିକେଟ ଦେବ ସେନେଇ ଗଣିତ ଛିଣ୍ଡୁନି।

କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି ଆଶାୟୀ ଅନେକ

କେନ୍ଦ୍ରାପଡ଼ା ଆସନ ଲାଗି ଏଥର ଗଣିତ ଛିଣ୍ଡୁନି କାରଣ ଅନେକ ଆଶାୟୀ ଏଥର ଅଛନ୍ତି। ଚର୍ଚ୍ଚା ହେଉଛି କେନ୍ଦ୍ରାପଡ଼ାର ବିଧାୟକ ଥିବା କିଶୋରଚନ୍ଦ୍ର ତରାଇଙ୍କୁ ଏଥର ଦଳ ଟିକେଟ ନଦେଇ  ପାରେ, ତାଙ୍କ ବଦଳରେ ଦଳ ତାଙ୍କ ସ୍ତ୍ରୀ ବବିତା ତରାଇଙ୍କୁ ଟିକେଟ ଦେଇପାରେ।

ସେହିପରି ୨୦୦୯ରେ ବିଧାୟିକା ଥିବା ସିପ୍ରା ମଲ୍ଲିକ ମଧ୍ୟ ଟିକେଟ ଲବିରେ ଅଛନ୍ତି। ବିଜେଡିର ଗୋଟିଏ ମହଲରେ ଚର୍ଚ୍ଚା କି କେନ୍ଦ୍ରାପଡ଼ା ଲାଗି ସିପ୍ରାଙ୍କ ନାଁକୁ ଫାଇନାଲ କରାଯାଇଛି। ଏମାନଙ୍କ ବ୍ୟତିତ ରାଜେଶ ଦାସ ବି ଟିକେଟ ପାଇବା ନେଇ ଉଦ୍ୟମ କରୁଛନ୍ତି।

ଆସନ ଗୋଟିଏ ଆଶାୟୀ ଅନେକ ଏହାରି ଭିତରେ ଦଳ କାହାକୁ ଟିକେଟ ଦେଉଛି କାହା ଉପରେ ବିଜେଡି ସଭାପତି ଭରସୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment