ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତକାଲି ଶେଷ ହେଉଛି ନିର୍ବାଚନୀ ପ୍ରଚାର। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳ ଜୋରଦାର ଉଦ୍ୟମ କରୁଛନ୍ତି। ଆଜି ଓଡ଼ିଶାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ବିଜେପି ସାଂସଦ ରୂପା ଗାଙ୍ଗୁଲି।
ମନୋଜ ସିହ୍ନା କୋରାପୁଟ କୋଟପାଡ଼ରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଗଞ୍ଜାମ, ଖଲିକୋଟରେ ଆୟୋଜିତ ସମାବେଶରେ ଯୋଗଦେବେ।
ଅନ୍ୟପକ୍ଷରେ ସାଂସଦ ରୂପା ଗାଙ୍ଗୁଲି ମାଲକାନଗିରି କାଲିମେଳାର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି। ଏହାପରେ ସେ ଚିତ୍ରକୋଣ୍ଡା ଏବଂ ନବରଙ୍ଗପୁର ଝରିଗାଁ ଓ ଉମରକୋଟରେ ହେବାକୁ ଥିବା ସମାବେଶରେ ଯୋଗଦେବେ।


















