ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୁ ଜନତା ଦଳରେ ସାମିଲ ହେଲେ ସୁମିତ୍ରା ଜେନା। ସୁମିତ୍ରା ମଙ୍ଗଳବାର ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସକାଳେ ହାତ ଛାଡ଼ିଥିବା ସୁମିତ୍ରା ସନ୍ଧ୍ୟାରେ ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି।
ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ ସୁମିତ୍ରା। ସେ ଭଦ୍ରକ ଜିଲ୍ଲା ପଣ୍ଡାରିପୋଖରୀ ପାଇଁ ଟିକେଟ ଆଶାୟୀ ଥିଲେ। ହେଲେ କଂଗ୍ରେସ ପକ୍ଷରୁ ତାଙ୍କୁ ଟିକେଟ ନମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ।


















