ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିକେଟ୍‌ ପାଇଁ ପିସିସି ସଭାପତିଙ୍କ ଘରେ ଧର୍ମଶାଳା କଂଗ୍ରେସ ପ୍ରାର୍ଥୀ କିଷାନ ପଣ୍ଡା। 

କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲକୁ ଆଉ ୨ଘଣ୍ଟା ମାତ୍ର ଥିବା ବେଳେ ଏଯାଏଁ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିନାହିଁ। ଏଥିପାଇଁ କଂଗ୍ରେସରେ ଲାଗିଛି କନ୍ଦଳ।

ଧର୍ମଶାଳା ବିଧାନସଭା ଆସନ ପାଇଁ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। କିନ୍ତୁ ତାଙ୍କୁ ଏଯାଏଁ ଟିକେଟ୍‌ ଦେଇନି କଂଗ୍ରେସ। ଦୁଇଦିନ ତଳେ ଧର୍ମଶାଳା ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ। ଧର୍ମଶାଳାର ପ୍ରାର୍ଥୀ ପ୍ରଥମେ ସ୍ମୃତିରେଖା ପହିଙ୍କୁ ଚୟନ କରାଯାଇଥିଲା। ପରମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ। ସ୍ମୃତିରେଖାଙ୍କ ସ୍ଥାନରେ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନାଁ ଘୋଷଣା ହୋଇଥିଲେ ମଧ୍ୟ ତାଙ୍କୁ ଏଯାବତ୍‌ ଟିକେଟ୍‌ ମିଳିନାହିଁ। ଟିକେଟ୍‌ ପାଇଁ ପିସିସି ସଭାପତିଙ୍କ ଘରେ ବସିଛନ୍ତି କିଷାନ।

ଅନ୍ୟପଟେ ମଙ୍ଗଳବାର ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସ ଛାଡ଼ିଛନ୍ତି। ଗୋଟିଏ ପଟେ ଟିକେଟ ପାଇ ପ୍ରାର୍ଥୀ ଟିକେଟ ଫେରାଉଥିବା ବେଳେ  ଅନ୍ୟପଟେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ସୁଦ୍ଧା ଟିକେଟ ନ ମିଳିଥିବାର ଅଭିଯୋଗ ହେଉଛି।

Comment