ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସକାଳ ୭ଟାରୁ ୪ଲୋକସଭା ଓ ୨୮ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନଲାଗି ବିଭିନ୍ନ ବୁଥରେ ମତଦାନ ଚାଲିଛି।

ମତଦାନ ଚାଲିଥିବା ବେଳେ ଆରମ୍ଭରୁ କେତେକ ବୁଥରେ ଇଭିଏମ ସମସ୍ୟା ଦେଖାଦେଇଥିଲା। ସେଥିଲାଗି ଭୋଟଦାନ ପ୍ରକ୍ରିୟାରେ କିଛିସମୟ ବିଳମ୍ବ ହୋଇଥିଲା।

ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି କିଛି ବୁଥରେ ଭୋଟରମାନେ ୭ଟା ପୂର୍ବରୁ ଧାଡ଼ିରେ ଛିଡ଼ାହୋଇଥିଲେ। ଯେତେବେଳେ ମେସିନ୍‌ ତ୍ରୁଟି ଦେଖାଦେଇଥିଲା ସେତେବେଳେ ଭୋଟର ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବ୍ରହ୍ମପୁର ଲୋକସଭା ଅଧୀନରେ ଆସୁଥିବା ଅନେକ ବୁଥରେ ମେସିନ ଖରାପ ହୋଇଥିବା ଅଭିଯୋଗ ଆସିଥିଲା। ବୁଥ ନମ୍ବର (୧୯, ୧୩୪,୨୪,୧୮୬,୧୧୬,୨୪୦)ରେ ତ୍ରୁଟି ଦେଖାଦେଇଥିଲା।

Comment