ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ସାଧାରଣ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ ହେଉଛି।

ବ୍ରହ୍ନପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

୪ଲୋକସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୨୮ ଜଣ ସେହିପରି ୨୮ଟି ବିଧାନସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୧୯୧ ଜଣ। ଏହାସହିତ ପ୍ରଥମ ପର୍ଯ୍ୟାୟରେ ମୋଟ ୬୦ଲକ୍ଷରୁ ଅଧିକ  ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ନିର୍ବାଚନ ପରିଚାଳନା ଲାଗି ମୋଟ ୪୭୫୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମାଓ ପ୍ରବଣ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here