ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରାତନ କାଳରୁ ସାହିତ୍ୟ ସାମାଜିକ ସଂସ୍କାର କ୍ଷେତ୍ରରେ ଅନ୍ୟତମ ଭୂମିକା ନିର୍ବାହ କରିଆସିଛି। ବିଶେଷତଃ, ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ ମୂଲ୍ୟବୋଧ ଉପରେ ଆଧାରିତ ସାହିତ୍ୟ ଏହି ପ୍ରକ୍ରିୟାକୁ ଅଧିକ ସମୃଦ୍ଧ, ଋଦ୍ଧିମନ୍ତ ଏବଂ ତ୍ୱରାନ୍ୱିତ କରିଛି। ଏହି ପରିପ୍ରେକ୍ଷୀରେ କସ୍ତୁରବା ଗାନ୍ଧିଙ୍କ ଉପରେ ଓଡ଼ିଆ ଭାଷାରେ ରଚିତ ପ୍ରଥମ ଉପନ୍ୟାସ ‘ନେପଥ୍ୟ ନାୟିକା’ ଏପ୍ରିଲ ୧୧ରେ ଲୋକର୍ପିତ ହୋଇଛିା
ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଉପନ୍ୟାସଟି ଭୁବନେଶ୍ୱରସ୍ଥିତ ନାଲକୋ ନଗର ପରିସରରେ ଉନ୍ମୋଚିତ ହୋଇଛିା ବିଶିଷ୍ଟ ଗାଳ୍ପିକା ତଥା ଔପନ୍ୟାସିକା ପୁଷ୍ପାଞ୍ଜଳି କର ଏହି ଉପନ୍ୟାସକୁ ରଚନା କରିଛନ୍ତିା
‘‘କସ୍ତୁରବାଙ୍କ ଉପରେ ପ୍ରଥମ ଉପନ୍ୟାସ ‘ନେପଥ୍ୟ ନାୟିକା’, ଓଡ଼ିଆ ଜାତି ଓ ଭାଷା ତରଫରୁ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଅନନ୍ୟ ଶ୍ରଦ୍ଧାଞ୍ଜଳି’’, ଏହି ଉପନ୍ୟାସ ଲୋକାର୍ପଣ ଉତ୍ସବରେ ନାଲକୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଓଡ଼ିଆ ଜାତି ଓ ଭାଷା ତରଫରୁ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏହା ଏକ ପ୍ରଶଂସନୀୟ ଉଦ୍ୟମା ଏହା ଦେଶକୁ ସ୍ୱାଧୀନତା ଦେଇଥିବା ମହାତ୍ମା ଗାନ୍ଧୀଙ୍କ ସଫଳତା ପଛରେ ଥିବା ତାଙ୍କ ପତ୍ନୀ କସ୍ତୁରବା ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ପାଠକଙ୍କୁ ଅବଗତ କରିବା
ବରିଷ୍ଠ ସାହିତ୍ୟିକା ଡକ୍ଟର ମନୋରମା ମହାପାତ୍ର ଏହି ଉତ୍ସବର ସଭାପତିତ୍ୱ କରିଥିଲୋ କସ୍ତୁରବା ଗାନ୍ଧୀଙ୍କ ଉପରେ ଏହି ଉପନ୍ୟାସଟି ରଚନା କରିଥିବାରୁ ପୁଷ୍ପାଞ୍ଜଳି କରଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ।
ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ଦାଶ ବେନହୁର୍ ଯୋଗଦେଇଥିଲୋ ଡକ୍ଟର ଗୌରହରି ଦାସ ଏବଂ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ଏହି ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲୋ
କଣ୍ଠଶିଳ୍ପୀ ଶରଣ୍ୟା ମିଶ୍ର କାର୍ଯ୍ୟକ୍ରମର ଆରମ୍ଭରେ ଭଜନ ପରିବେଷଣ କରିଥିଲେ କସ୍ତୁରବାଙ୍କ ଉପରେ ଏକକ ଅଭିନୟ ପ୍ରଦର୍ଶନ କରିଥିଲେ ଭାସ୍ୱତୀ ବସୁ।
ଏହି ସଭାରେ ଅନେକ ବରିଷ୍ଠ ସାହିତ୍ୟିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପକ୍ଷୀଘର ପ୍ରକାଶନୀର ପ୍ରକାଶକ ଶ୍ରୀଯୁକ୍ତ ବନୋଜ ତ୍ରିପାଠୀ।