ଓଡ଼ିଶାଲାଇଭ ବ୍ୟୁରୋ
ବର୍ତ୍ତମାନ ସୁଦ୍ଧା ଜଣେ ବରକୁ ଜଣେ କନ୍ୟା ବିବାହ କରିଥିବା କଥା ସମସ୍ତେ ଦେଖିଥିବେ ଅବା ଶୁଣିଥିଲେ। କିନ୍ତୁ ମୁମ୍ବାଇର ତଳାସରିରେ ଏଭଳି ଏକ ଅଜବ ପ୍ରକାର ବିବାହ ହେବାକୁ ଯାଉଛି। ଯେଉଁଠି ଜଣେ ବରକୁ ଦୁଇ ଜଣ କନ୍ୟାଙ୍କୁ ବାହାହେବେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ।
ସୁତାରାପାଡ଼ରେ ରହୁଥିବା ୨୬ ବର୍ଷୀୟ ସଞ୍ଜୟ ଧାଗଡ଼ା ଦୁଇ ମହିଳାଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି। ଏହି ଦୁଇ ମହିଳାଙ୍କ ସହ ସେ ଲିଭ୍-ଇନ୍ ରିଲେଶନରେ ରହି ସାରିଛନ୍ତି। ଏବେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି ଏହି ବ୍ୟକ୍ତିଙ୍କ ବିବାହ ପୂର୍ବରୁ ତିନିଟି ପିଲା ଅଛନ୍ତି। ବିବାହ ପାଇଁ କାର୍ଡ ଛଫା ସରିଛି ଏବଂ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଆସନ୍ତା ଅପ୍ରେଲ ୨୩ରେ ବିବାହ ହେବ।
ଏଭଳି ଅଜବ ପ୍ରକାର ପ୍ରେମର ଆରମ୍ଭ ୧୦ ବର୍ଷ ତଳେ ହୋଇଥିଲା। ବେବି ନାମକ ଯୁବତୀଙ୍କ ସହିତ ସଂଜୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ବିବାହ ପୂର୍ବରୁ ଏକାଠି ରହିବାକୁ ଲାଗିଲେ। ଏହାରି ଭିତରେ ସଞ୍ଜୟଙ୍କ ସ୍କୁଲ ସମୟର ବନ୍ଧୁ ରୀମା ମଧ୍ୟ ତାଙ୍କ ସହିତ ଘରେ ରହିବାକୁ ଲାଗିଲେ । ସଞ୍ଜୟଙ୍କ ବିବାହ ପୂର୍ବରୁ ବେବି ଓ ରୀମାଙ୍କ ତିନିଟି ପିଲା ହୋଇସାରିଥିଲେ। ପିଲା ବଡ଼ ହେବାରୁ ତିନି ଜଣ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅପ୍ରେଲ ୨୩ରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବେ।
ଘଟଣା ସାମ୍ନାକୁ ଆସିବା ପରେ ଆଦିବାସୀ ଅଞ୍ଚଳରେ ଏହିସବୁ ଘଟଣା ଘଟିଥାଏ ବୋଲି ପୁଲିସ କହିଛି। ଜଣେ ପୁରୁଷ ଦୁଇଜଣ ଯୁବତୀଙ୍କୁ ବିବାହ କରିବାର ପରମ୍ପରା ରହିଛି। ଦୁଇ ମହିଳା ମଧ୍ୟ ସଞ୍ଜୟଙ୍କୁ ନେଇ ଖୁବ ଖୁସି ଅଛନ୍ତି । ସଞ୍ଜୟଙ୍କ କହିବା ଅନୁସାରେ, ମୁଁ ଅଟୋ ଚଲାଉଥିବାବେଳେ ଜଣେ ଚାକିରି କରିଛନ୍ତି ଅନ୍ୟ ଜଣେ ଘର ଦେଖାରଖା କରିଥାନ୍ତି। ଆମେ ଏହାକୁ ନେଇ ଖୁସି ଥିଲାବେଳେ ବିବାହ କରିବାକୁ ନିଷ୍ପତ୍ତି ନେଇଛୁ।