ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଗାମୀ ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଯୋଗୀ ଅଦିତ୍ୟନାଥ ଓଡ଼ିଶାରେ ପ୍ରଚାର କରିବେ।
ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯୋଗୀ ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ନିର୍ବାଚନ ରାଲି କରିବେ। ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାନୁସାରେ ସୋମବାର ପୂର୍ବାହ୍ନ ୧୦.୪୫ରେ ରାଉରକେଲାରେ ଏକ ସାଧାରଣ ସଭାରେ ଆଦିତ୍ୟନାଥ ଯୋଗ ଦେବେ। ଏହା ପରେ ଅନୁଗୁଳରେ ଆୟୋଜିତ ସଂକଳ୍ପ ସମାବେଶରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୨ଟାରେ ଫୁଲବାଣୀରେ ବିଜେପି ନିର୍ବାଚନ ରାଲିରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ସେପଟେ ଆସନ୍ତାକାଲି ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି।


















