ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ବିଜେପି ପକ୍ଷରୁ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ଲାଗି ମୋଦି ପ୍ରଚାର କରୁଛନ୍ତି।
ମୋଦି ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ହେଲିକାପ୍ଟର ଯୋଗେ ସମ୍ବଲପୁର ରେମେଡ ଛକ ନିକଟସ୍ଥ ଜଳାନ ଇଷ୍ଟେଟ ଟ୍ରକ ଟର୍ମିନାଲ ପଡ଼ିଆରେ ପହଞ୍ଚିବେ। ସେଠାରେ ବିଜୟ ସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେବେ। ସେଠାରେ ମୋଦିଙ୍କର ୪୫ ମିନିଟର କାର୍ଯ୍ୟକ୍ରମ ରହିଛି।
ସେହିପରି ମୋଦି ଅପରାହ୍ନ ୫.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ସେ ଏକ ସାଧାରଣ ସଭାରେ ଯୋଗ ଦେବେ। ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିମାନ ବନ୍ଦରରୁ ମୋଦି ଶିରିପୁର ଛକ ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବେ।
ଭୁବନେଶ୍ୱର ଓ ସମ୍ବଲପୁର ଲୋକସଭା ଆସନ ଓ ତା ଅଧୀନରେ ଆସୁଥିବା ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୩ରେ ଭୋଟ ଗ୍ରହଣ କରାଯିବ।

















