ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପ୍ରଥଟ ୨ଟି ପର୍ଯ୍ୟ୍ୟାୟ ନିର୍ବାଚନ ଲାଗି ପ୍ରଚାର ପରେ ଏବେ ଫୋକସ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ। ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିବେ।

ସକାଳ ୧୦.୧୫ରେ ମୟୁରଭଞ୍ଜରେ ପହଞ୍ଚି ଠାକୁରମୁଣ୍ଡାରେ ହେବାକୁ ଥିବା ଏକ ସଭାରେ ଯୋଗ ଦେଇ ଉଦବୋଧନ ଦେବେ ନବୀନ। ସେଠାରୁ ହେଲିକେପ୍ଟର ସାହାର୍ଯ୍ୟରେ କେନ୍ଦୁଝର ଅଭିମୁଖେ ଆସିବେ ନବୀନ। ସେଠାରେ ମଧ୍ୟ ମାରାଥନ ପ୍ରଚାର କରିବେ ନବୀନ। ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ।

କେନ୍ଦୁଝର ଜିଲ୍ଲାର ପାଟନା, ସଦର କେନ୍ଦୁଝର,ତେଲକୋଇ, ଘଷିପୁରା, ଆନନ୍ଦପୁରରେ ନିର୍ବାଚନୀ ସଭା କରିବେଵ ବିଜେଡି ସଭାପତି। ନବୀନଙ୍କ ଗସ୍ତକୁ ନେଇ ନେତା କର୍ମୀ ଓ ଶୁଭେଛୁ ଉତ୍ସାହିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here