ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଦେବ। ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ୫ ଲୋକସଭା ଆସନ ଲାଗି  ୩୫ ପ୍ରାର୍ଥୀ ୩୫ ବିଧାନସଭା ଆସନଲାଗି ୨୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରୁଛନ୍ତି ସରକାର। ପୁଲିଂ ପାର୍ଟି ଧିରେ ଧିରେ ବୁଥରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଯେଉଁ ବୁଥ ଗୁଡ଼ିକ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଛି ସେଠାକୁ କଡ଼ା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟିଗୁଡ଼ିକୁ ପଠାଯାଉଛି।

ସେହିପରି ଆସନ୍ତାକାଲି ୨ଟି ବୁଥରେ ସାନି ମତଦାନ। ମାଲକାନଗିର ଜିଲ୍ଲା ଏମପିଭି ୬୫ର ୨୫୪ ନମ୍ବର ବୁଥରେ ସାନି ମତଦାନ ହେବ। ଏହାସହିତ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥରେ ମଧ୍ୟ ପୁଣିଥରେ ନିର୍ବାଚନ ହେବ। ମାଲକାନଗିରିରେ ସକାଳ ୭ଟାରୁ ଅପରାହ୍ନ ୪ଟା ଓ ବ୍ରହ୍ମପୁରରେ ସକାଳ୭ଟାରୁ ସଂଧ୍ୟା ୬ଟା ଯାଏଁ ସାନି ମତଦାନ ହେବ।

LEAVE A REPLY

Please enter your comment!
Please enter your name here