ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ସାଧାରଣ ନିର୍ବାଚନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ମତଦାନ ହେଉଛି।

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା।

୫ଲୋକସଭା ଆସନ ଲାଗି ୩୫ଜଣ ପ୍ରାର୍ଥୀ ଓ ୩୫ ବିଧାନସଭା ଆସନ ଲାଗି ମଇଦାନରେ ୨୪୪ଜଣ ପ୍ରାର୍ଥୀ ଅଛନ୍ତି। ୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ପୁରୁଷ ଓ ୫ଜଣ ମହିଳା ଅଛନ୍ତି।

ଏଥର ମୋଟ ୭୬ ଲକ୍ଷ ୯୩ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୩୯ଲକ୍ଷ ୪୫ହଜାର ୨୫ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୭ଲକ୍ଷ ୪୭ହଜାର ୪୯୩ ରହିଛି।

ମୋଟ ୬୦ହଜାରରୁ ଅଧିକ ପୁଲିଂ ଅଧିକାରୀ ନିୟୋଜିତ ରହିବେ। ଏଥର ମୋଟ ୩୭୦୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି।

Comment