ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ନିର୍ବାଚନ ଜାରି ରହିଥିଲାବେଳେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛିା କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତିା ଗୁରୁବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ ନିଜ ଇସ୍ତଫା ପତ୍ର ପଠାଇଥିଲୋ
ଦଳରୁ ଇସ୍ତଫା ଦେବାପରେ ଶୁକ୍ରବାର ସକାଳେ ପ୍ରିୟଙ୍କା ଟୁଇଟର ପ୍ରୋଫାଇଲରୁ କଂଗ୍ରେସ ମୁଖପାତ୍ର ହଟାଇ ଦେଇଛନ୍ତିା
ପ୍ରିୟଙ୍କା ୧୭ ଏପ୍ରିଲରେ ଟୁଇଟ କରି ନିଜ ଦଳ ପ୍ରତି ଅସନ୍ତୁଷ୍ଟ ପ୍ରକାଶ କରିଥିଲୋ ଦଳ ପାଇଁ କାମ କରୁଥିବା ଲୋକଙ୍କ ଅପେକ୍ଷା କଂଗ୍ରେସ ଗୁଣ୍ଡାରାଜକୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି ସେ କହିଛନ୍ତିା ଏବେ ସେ ଶିବସେନାରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ହେଉଛିା


















