ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନର ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ନିଶ୍ଚିତ। ତେବେ ମୃତ୍ୟୁ ପରେ ଅନ୍ତିମ ସଂସ୍କାରକୁ ନେଇ ସାରା ବିଶ୍ୱରେ ଭିନ୍ନ ଭିନ୍ନ ପରମ୍ପରା ରହିଛି।
କେଉଁଠାରେ ଶବକୁ ପୋଡ଼ା ଯାଉଥିବାବେଳେ ଆଉ କିଛି ସ୍ଥାନରେ ପୋତା ଯାଏ। ହେଲେ ପାପୁଆ ନିଉ ଗିନିରେ ଏ ନେଇ ଏକ ଅଜବ ପରମ୍ପରା ପାଳିତ ହୋଇଥାଏ। ଦାନି ଜନଜାତିର ଲୋକମାନେ ଶବକୁ ଅଧା ଜଳାଇ ଘରକୁ ଫେରାଇ ଆଣନ୍ତି।
ଏହାପରେ ଏକ ବିଶେଷ ଉପାୟରେ ତାକୁ ମମ୍ମି ବନାଯାଇ ଘରେ ରଖାଯାଇଥାଏ। ମୃତ ବ୍ୟକ୍ତିର ସ୍ମୃତିକୁ ଉଜ୍ଜୀବିତ ରଖିବା ତଥା ତାକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଲୋକମାନେ ଏପରି କରିଥାନ୍ତି।
ସେଠାରେ ୧୯୭୫ ମସିହାରୁ ଏହି ପ୍ରଥା ଉପରେ କଟକଣା ଜାରି କରାଯାଇଛି। ତା’ ସତ୍ତ୍ୱେ ମଧ୍ୟ ବହୁ ଲୋକ ଏପରି କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁମାନଙ୍କ ଘରେ ଏପରି ମମ୍ମି ରହିଛି ତାକୁ ଦେଖିବାକୁ ପର୍ଯ୍ୟଟକମାନେ ମଧ୍ୟ ଆସିଥାନ୍ତି।








