ଓଡ଼ିଶାଲଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେବାର ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛିା ଏନେଇ ପାଣିପାଗ ବିଭାଗ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତିା
ଏହି ଜିଲ୍ଲାଗୁଡ଼ିକ ମଧ୍ୟରେନବରଙ୍ଗପୁର, ଗଜପତି ,ନୟାଗଡ. ଅନୁଗୁଳ ,ଦେବଗଡ଼ ,କୋରାପୁଟ, ଗଞ୍ଜାମ, ମୟୁରଭଞ୍ଜ, କେନ୍ଦୁଝର ରହିଛି। ତେଣୁ ଏହି ସବୁ ଜିଲ୍ଲାରେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛିା
ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। ଝଡ଼ତୋଫାନ ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।








