ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କାହିଁକି ଜଣେ ଗୁଣ୍ଡାଙ୍କୁ ନବୀନ ପଟ୍ଟନାୟକ ପ୍ରାର୍ଥୀ କରିଥିଲେ – ଧର୍ମେନ୍ଦ୍ର

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, “କେହି ଆଇନଠୁ ଊର୍ଦ୍ଧ୍ୱରେ ନୁହଁ। ନିର୍ବାଚନ କମିଶନ ତାଙ୍କ କାମ ଠିକଭାବେ କରିଛନ୍ତି। ପ୍ରଦୀପ ମହାରଥୀ ଜଣେ ଗୁଣ୍ଡା।”

ନବୀନ ପଟ୍ଟନାୟକ ଏବେ ଭୁଲ ମାଗିବା ଦରକାର। କାହିଁକି ସେ ଜଣେ ଗୁଣ୍ଡାଙ୍କୁ ପ୍ରାର୍ଥୀ କରିଥିଲେ ବୋଲି ପ୍ରଶ୍ନ କରିବା ସହ ଟାର୍ଗେଟ କରିବା ଢଙ୍ଗରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଆଇନଠୁ ଊର୍ଦ୍ଧ୍ୱରେ କେହି ବି ନାହାନ୍ତି। ବିଜେପି ଶାସନକୁ ଆସିଲେ ଗୁଣ୍ଡା ଆଇନ ଆଣିବ ଓ ସବୁ ଗୁଣ୍ଡାମାନଙ୍କୁ ଗିରଫ କରିବ”, ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comment