ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପିପିଲିରେ ସୁରକ୍ଷିତ ଭାବେ ଚାଲିଛି ଭୋଟ ଗ୍ରହଣ। ମୋଟ ୨୭୩ଟି ବୁଥ୍‌ରେ ସୁରକ୍ଷିତ ଭାବେ ମତଦାନ ଗ୍ରହଣ କରାଯାଉଛି। ସେଥିମଧ୍ୟରୁ ୩୫ଟି ମଡେଲ ବୁତ୍‌ ରହିଛି। ଯେଉଁଠି ଭୋଟରମାନଙ୍କ ପାଇଁ ବିଶେଷ ସୁବିଧାର ବ୍ୟବସ୍ଥା ରହିଛି। ଏପର୍ଯ୍ୟନ୍ତ ପିପିଲି ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନରେ ଇଭିଏମ୍‌ ସମସ୍ୟା ଦେଖା ଦେଇନଥିବାର ସୂଚନା ମିଳିଛି।

ଗତକାଲି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ପିପିଲିରେ ସୁରକ୍ଷିତ ଭାବେ ମତଦାନ ଚାଲିଥିବା ନେଇ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comment