ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ। ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ। ଆଜି ଦେଶରେ ୧୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଛି। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା।

ସନ୍ଧ୍ୟା ସୁଦ୍ଧା ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଭୋଟିଂ ପ୍ରତିଶତ ରେକର୍ଡ କରାଯାଇଛି। ଏହି ତାଲିକା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟରେ ସର୍ବାଧିକ ୭୯.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସବୁଠୁ କମ୍‌ ମହାରାଷ୍ଟ୍ର ୫୬.୫୭ ପ୍ରତିଶତ ମତଦାନ ହୋଇଛି।

ସନ୍ଧ୍ୟା ୫ଟା ସୁଦ୍ଧା ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ଓଡ଼ିଶାରେ ୬୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ସେହିପରି ତ୍ରିପୁରା ୭୮.୫୨, ଉତ୍ତରପ୍ରଦେଶ ୫୭.୭୪, ଛତିଶଗଡ଼ ୬୫.୯୧, ଆସାମ ୭୮.୨୯, ବିହାର ୫୯.୯୭, ଗୋଆ ୭୧.୦୯, ଗୁଜୁରାଟ ୬୦.୨୧, ଜମ୍ମୁ- କଶ୍ମୀର ୬୦.୨୧, କର୍ଣ୍ଣାଟକ ୬୪.୧୪, କେରଳ ୭୦.୨୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ଆଜି ଦେଶର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦ୍ରଦ୍ରା ନଗର ହାବେଳୀ ଏବଂ ଡାମନ ଡିଉ ଭୋଟିଂ ହୋଇଥିଲା। ଦ୍ରଦ୍ରାନଗର ହାବେଳୀରେ ୭୧. ୪୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଡାମନ ଡିଉରେ ୬୫.୩୪ ପ୍ରତିଶତ ମତଦାନ ରେକର୍ଡ ହୋଇଛି।

Comment