ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ବଲିଉଡ ଅଭିନେତା ସନ୍ନି ଦେୱଲ ଆଉ କିଛି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ବିଧିବଦ୍ଧ ଭାବେ ସାମିଲ ହେବେ। ସନ୍ନି ପଞ୍ଜାବର ଗୁରୁଦାସପୁର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଏହି ଆସନରୁ କଂଗ୍ରେସର ସୁନୀଲ ଜାଖଡଙ୍କୁ ପ୍ରାର୍ଥୀ କରିଛନ୍ତି।

୨୦୧୪ରେ ଲୋକସଭା ନିର୍ବାଚନରେ ଅଭିନେତା ବିନୋଦ ଖନ୍ନା ଏହି ଆସନରୁ ନିର୍ବାଚନ ଜିତିଥିଲେ। ୨୦୧୭ ଏପ୍ରିଲ ୨୭ରେ ତାଙ୍କର ଦେହାନ୍ତ ହୋଇଥିଲା। ଯାହାପରେ ସେଠାରେ ଉପ ନିର୍ବାଚନ ହୋଇଥିଲା ଯେଉଁଥିରେ ଜାଖଡ଼ ନିର୍ବାଚନ ଜିତିଥିଲେ। ବିନୋଦ ଖନ୍ନା ଏହି ଆସନରୁ ଲଗାତାର ୩ଥର ହେବ ସାଂସଦ ଥିଲେ।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଅଭିନେତା ସନ୍ନି ଦେୱଲଙ୍କଙ୍କୁ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସନ୍ନି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ପଞ୍ଜାବରେ ବାକି ଥିବା ୩ଟି ଆସନ ଅମୃତସର, ଗୁରୁଦାସପୁର ଏବଂ ହୋସିଆରପୁର ପାଇଁ ବିଜେପି ପ୍ରାର୍ଥୀ ଦେଇନି। ଆସନ୍ତା ମେ ୧୯ରେ ଏହି ଆସନରେ ଭୋଟ୍ ହେବ। ଆଉ ଏହାରି ଭିତରେ ଉଭୟଙ୍କ ଭେଟଘାଟ ଆହୁରି ରୋଚକ କରିଥିଲା।

Comment