ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ଦିନ ୧୧ ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ଭୋଟଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।
ଦିନ ୧୧ଟା ସୁଦ୍ଧା ସମ୍ବଲପୁରରେ ୨୦%, ଢେଙ୍କାନାଳରେ ୨୨%, କଟକରେ ୧୫%, ପୁରୀ ୧୮%, ଭୁବନେଶ୍ୱର ୧୦% ଏବଂ କେନ୍ଦୁଝରରେ ୨୪.୩୬ ପ୍ରତିଶତ ମତଦାନ ହୋଇଛି।
ଆଜି ରାଜ୍ୟରେ ମୋଟ ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ଚାଲିଛି ଭୋଟଦାନ। ବିଭିନ୍ନ ସ୍ଥାନରେ ଇଭିଏମ୍ରେ ସମସ୍ୟା ଦେଖାଦେଇଥିବାରୁ ବିଳମ୍ବରେ ମତଦାନ ହୋଇଛି। ଏଥିସହିତ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


















