ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଆଜି ହେଉଛି ପ୍ରଚାରର ଶେଷ ଦିନ। ପ୍ରଚାରର ଶେଷ ଦିନରେ ନେତାଙ୍କ ପ୍ରଚାର ଜୋର ରହିଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶନିବାର ଓଡ଼ିଶା ଆସୁଛନ୍ତି।

ଶାହ ମୟୂରଭଞ୍ଜର ମୋରଡାରେ ସଭା କରିବେ। ମୋରଡା ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ଭୋଟ୍ ମାଗିବେ ଶାହ। ଏହାପରେ ଯାଜପୁର ଜିଲ୍ଳା ସୁକିନ୍ଦାରେ ଜନସଭାକୁ ସମ୍ବୋଧିତ କରିବେ ଶାହା।

ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ମତଦାନ ହେବ। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଶାହ ଜନତାଙ୍କୁ ଭୋଟ ମାଗିବେ।

Comment