ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଚାରର ଶେଷ ଦିନରେ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକାରେ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ।

ରାଜ୍ୟରେ ୬ଟି ଲୋକସଭା ସହ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି ନବୀନ। ପ୍ରଚାରର ଶେଷ ଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରୁଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ରାତ୍ରୀଯାପନ ପରେ ଆଜି ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକାରେ କରିବେ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ରୋଡ ସୋ’ କରି ଭୋଟ କରୁଛନ୍ତି।

ଶୁକ୍ରବାର କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବିଶାଳ ରୋଡ ସୋ’ ଓ ସମାବେଶକୁ ସମ୍ବୋଧନ କରିଥିଲେ। କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ କାମନା କରି ଶ୍ରୀ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିଥିଲେ। ଏହାସହ ନିଜ ଦଳର ବିଜୟ ପାଇଁ ନବୀନ ଦୀପ ମଧ୍ୟ ଜାଳିଥିଲେ।

ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେଉଛି। ଅପରାହ୍ଣରେ ସରୁଛି ପ୍ରଚାର। ସୋମବାର ଦିନ ହେବ ଭୋଟ।

Comment