ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ୬ ଲୋକସଭା ଓ ୪୧ ବିଧାନସଭା ଲାଗି ଭୋଟିଂ। ଦିନ ୩ଟା ସୁଦ୍ଧା ରାଜ୍ୟରେ ୫୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ମୟୂରଭଞ୍ଜରେ ୫୪.୩୮ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୫୧.୨୬ ପ୍ରତିଶତ, ଭଦ୍ରକରେ ୫୦.୮୦%, ଯାଜପୁରରେ ୫୧.୭୨%, କେନ୍ଦ୍ରାପଡ଼ାରେ ୫୫.୩୮%, ଜଗତସିଂହପୁରରେ ୪୫.୮୨ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଆଜି ୬ ଲୋକସଭା ଏବଂ ୪୧ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି।

Comment