ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସକାଳ ୭ଟାରୁ ୯ଟି ରାଜ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଭୋଟିଂ। ୭୧ ଲୋକସଭା ଆସନ ଲାଗି ମଇଦାନରେ ୯୬୧ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ।
ଦିନ ୧୧ଟା ସୁଦ୍ଧା ୭୧ ଲୋକସଭା ଆସନରେ ମୋଟ ୨୩.୩୫ପ୍ରତିଶତ ମତଦାନ ହୋଇଛି। ଏଥିରେ ପଶ୍ଚିମବଙ୍ଗରେ ସବୁଠୁ ଅଧିକ ମତଦାନ ହୋଇଥିବା ପରିଲକ୍ଷିତ ହୋଇଛି।
ସକାଳ ୧୧ଟା ସୁଦ୍ଧା ବିହାରରେ ୧୮.୨୬ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୩.୭୪ ପ୍ରତିଶତ,ମଧ୍ୟ ପ୍ରଦେଶରେ ୨୬.୩୨ ପ୍ରତିଶତ, ମହାରାଷ୍ଟ୍ରରେ ୧୬.୨୮ ପ୍ରତିଶତ, ଓଡ଼ିଶାରେ ୧୯. ୬୧ ପ୍ରତିଶତ, ରାଜସ୍ଥାନରେ ୨୮.୯୭ପ୍ରତିଶତ,ଉତ୍ତରପ୍ରଦେଶରେ ୨୧.୧୮ ପ୍ରତିଶତ, ପଶ୍ଚିମବଙ୍ଗରେ ସବୁଠୁ ଅଧିକ ୩୪.୬୦ ପ୍ରତିଶତ ଓ ଝାରଖଣ୍ଡରେ ୧୨ ପ୍ରତିଶତ ମତଦାନ ହୋଇଛି।








