ଓଡ଼ିଶାଲାଇଭ ବ୍ୟୁରୋ

ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। କଂଗ୍ରେସ ଏ ନେଇ ସର୍ବୋଚ୍ଚ ନ୍ୟାୟଲୟରେ ପିଟିସନ ଦାୟର କରିଛି।

କଂଗ୍ରେସର ଜଣେ ସାଂସଦ ସୁପ୍ରିମକୋର୍ଟରେ ମାମଲା ଦାୟର କରି ଅପିଲ କରିଛନ୍ତି କି ଏ ନେଇ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣି ଖୁବଶୀଘ୍ର କରନ୍ତୁ। କଂଗ୍ରେସର ଅଭିଯୋଗ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ ନିର୍ବାଚନ ପ୍ରଚାର ସମୟରେ ସୁରକ୍ଷାବଳ ଓ ସଶସ୍ତ୍ର ବଳଙ୍କ ଉଲ୍ଲେଖ କରୁଛନ୍ତି, ଯାହା ଆଚରଣ ବିଧିକୁ ଉଲ୍ଲଘଂନ କରୁଛି।

କଂଗ୍ରେସ ସାଂସଦ ତଥା ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବା ପିଟିସନ ଉପରେ ଆଜି ଶୁଣାଣି ହେବ। ତେବେ ଶୁଣାଣିରେ କଣ ପ୍ରକାଶ ପାଉଛି ତାହାକୁ ଅପେକ୍ଷା।

ସାରାଦେଶରେ ୪ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ବାକି ୩ଟି ପର୍ଯ୍ୟାୟ ମତଦାନ ଲାଗି ପ୍ରଚାରକୁ ଜୋରଦାର କରୁଛନ୍ତି ସମସ୍ତ ରାଜନୈତିକ ଦଳ।

LEAVE A REPLY

Please enter your comment!
Please enter your name here