ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବ୍ରହ୍ମଗିରି ଅଞ୍ଚଳର ସାନପାଟଣା ଗାଁରେ ବାତ୍ୟା ‘ଫନି’ର କରାଳ ପ୍ରଭାବ। ପ୍ରାଥମିକ ସୂଚନା ଅନୁଯାୟୀ, ସମୁଦ୍ରକୂଳରେ ଅବସ୍ଥିତ ଏହି ଗାଁର କିଛି ଘର ସମୁଦ୍ରରେ ଭାସିଯାଇଥିବା ଖବର ଆସୁଛିା ପବନର ବେଗ ପ୍ରବଳ ମାତ୍ରାରେ ବଢ଼ିବା ଯୋଗୁଁ କେତେକ ଘର ଛାତ ଉଡ଼ିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ବର୍ତ୍ତମାନ ସାନପାଟଣା ଗାଁରେ ସମ୍ପୂର୍ଣ୍ଣ ରୁପେ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ ହୋଇଛି।








