ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ସ୍ୟାଟେଲାଇଟ୍ ଫଟୋ

ବାତ୍ୟା ‘ଫନି’ ଯେପରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଶ୍ରୀକ୍ଷେତ୍ର ପୁରୀକୁ। ତେବେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଓଡ଼ିଶାର ଦୁଇ ପ୍ରମୁଖ ସହର କଟକ ଓ ଭୁବନେଶ୍ୱର ଉପରେ। ‘ଫନି’ ପ୍ରଭାବରେ ରାଜ୍ୟର ଟୁଇନ୍ ସିଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏବେ ଅନ୍ଧକାର ଭିତରେ ରହିଛି ଟୁଇନ୍ ସିଟି ଭୁବନେଶ୍ୱର ଓ କଟକ।

ଗୁରୁବାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଭୁବନେଶ୍ୱର ଓ କଟକର ରାତିର ସ୍ୟାଟେଲାଇଟ୍ ଫଟୋ ଜାରି କରିଛି। ବାତ୍ୟା ପୂର୍ବରୁ ଏବଂ ବାତ୍ୟା ପରେ ଟୁଇନ୍ ସିଟିର ରାତିର ତୁଳନାତ୍ମକ ଦୃଶ୍ୟକୁ ଫଟୋ ସାହାଯ୍ୟରେ ଦେଖାଇଛି ‘ନାସା’। ଏହି  ‘ନାସା’ର ଅଫିସିଆଲ୍ ୱେବସାଇଟ୍‌ରେ ଏବଂ ଟୁଇଟ୍‌ର ପେଜ୍‌ରେ ଏହି ଫଟୋଗୁଡ଼ିକୁ ସ୍ଥାନିତ କରାଯାଇଛି।

କଟକର ସ୍ୟାଟେଲାଇଟ୍ ଫଟୋ

ଭୁବନେଶ୍ୱର ଓ କଟକରକୁ ନେଇ ଏପ୍ରିଲ୍‌ ୩୦ ତାରିଖରେ ଫଟୋ ଉଠା ଯାଇଥିବା ବେଳେ ବାତ୍ୟା ‘ଫନି’ ପରେ ମେ’ ୫ ତାରିଖରେ ଆଉ ଗୋଟିଏ ଫଟୋ ଉଠାଯାଇଛି। ଏହି ଫଟୋରେ ଟୁଇନ୍ ସିଟି କିପରି ଭାବେ ଅନ୍ଧକାରରେ ରହିଛି, ତାହା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here