ଓଡ଼ିଶାଲାଇଭ ବ୍ୟୁରୋ


ଫନିକୁ ସିନା ବିତିଲାଣି ୧୨ ଦିନ। ହେଲେ ରାଜ୍ୟବାସୀଙ୍କୁ ଦେଇଯାଇଛି ଅସହ୍ୟ ଯନ୍ତ୍ରଣା। ବାତ୍ୟା ଫନିର ତାଣ୍ଡବରେ ସବୁଠୁ ଅଧିକ ଛଟପଟ ହୋଇଥିଲେ ପୁରୀବାସୀ। ଏବେବି ପୁରୀର କିଛି ଅଞ୍ଚଳରେ ଲୋକ ସେହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତିା

ବାତ୍ୟା ଫନି ପରେ ଓଡ଼ିଶାଲାଇଭ ଟିମ ପହଞ୍ଚିଥିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଭୋଇସାହିରୋ ବାତ୍ୟା ୧୨ ଦିନ ପରେ ବି ସାତପଡ଼ାରେ ଥିବା ଡିଗ୍ରୀ କଲେଜରେ ଆଶ୍ରୟ ନେଇଥିଲେ ବାତ୍ୟା ବିପନ୍ନା ସେହି ଅଞ୍ଚଳର ୮୫ ପରିବାରଙ୍କ ପାଇଁ ଏହି କଲେଜ ପାଲଟିଥିଲା ଆଶ୍ରୟସ୍ଥଳୀ।

ଫନିର କରାଳ ରୂପ ସବୁକିଛି ଉଜାଡ଼ି ଦେବା ପରେ ନିରାଶ୍ରୟ ହୋଇ ୮୫ ପରିବାର ଏହିଠାରେ ହିଁ ମୁଣ୍ଡ ଗୁଞ୍ଜିଥିଲୋ ହେଲେ ଏମାନଙ୍କ ପାଖରେ ପହଞ୍ଚି ପାରନଥିଲା ପ୍ରଶାସନର ସହାୟତା। ଫଳରେ ଅନ୍ୟର ହାତଟେକାକୁ ଚାହିଁ ବସିଥିଲେ ଆଶ୍ରିତ।

‘‘ ୧୦/ ୧୨ ଦିନ ହେଲା ଏହିଠାରେ ରହିଛୁ। ବାତ୍ୟାରେ ଘରଦ୍ୱାର ସବୁ ଭାଙ୍ଗି ଯାଇଛିା ଖାଇବାକୁ ପିଇବାକୁ ନାହିଁ। ଛୁଆ ପିଲା ବି ଖାଇବାକୁ ପାଉନାହାନ୍ତିା ଯିଏ ଯାହା ଦେଉଛି ଆମେ ଖାଉଛୁ’’, କହିଥିଲେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଜଣେ ମହିଳା।

ବାତ୍ୟା ପୂର୍ବ ଦିନ ଘର ଛାଡ଼ି ବାତ୍ୟା ଆସିଥିଲୁା ପରଦିନ ଗଲାବେଳକୁ ଆଉ କିଛି ନାହିଁ। ଘର ମାଟିରେ ମିଶି ଯାଇଛିା ହେଲେ ଏଯାଏଁ କାହାର ଦେଖା ନାହିଁ। ଆଉ କେତେଦିନ ଏମିତି ଅବସ୍ଥାରେ ପଡ଼ି ରହିବୁ ବୋଲି କହିଥିଲେ ଜଣେ ବ୍ୟକ୍ତିା

ତେବେ ଆଶ୍ରୟସ୍ଥଳୀରେ ବୃଦ୍ଧ ବୃଦ୍ଧାଙ୍କଠୁ ଆରମ୍ଭ କରି ଛୋଟପିଲା, ଦିବ୍ୟାଙ୍ଗ, ପ୍ରସୂତି ସମସ୍ତେ ଗୋଟିଏ ଜାଗାରେ ଅତି କଷ୍ଟକର ଅବସ୍ଥାରେ ରହିଥିଲୋ ମାତ୍ର ପ୍ରଶାସନ କି କାହାର ଦେଖାନାହିଁ।

ଫନି ଘର ଭାଙ୍ଗି ଦେବା ସହିତ ଉଜାଡ଼ି ଦେଇଛି ଏମାନଙ୍କ ଜୀବନ ଜୀବିକା। କହିବାକୁ ଗଲେ ଏହି ଲୋକଙ୍କ ପାଇଁ ଭାତହାଣ୍ଡି ହେଲା ଚିଲିକା। ଚିଲିକା ଯାଇ ଡଙ୍ଗା ଚଳାଇ ପରିବାର ପୋଷୁଥିବା ଏହି ଲୋକ ଫନି ପରେ ଏକ ପ୍ରକାର ପଙ୍ଗୁ ହୋଇ ପଡ଼ିଛନ୍ତିା ପରିବାର ପୋଷିବାକୁ ଏମାନଙ୍କ ପାଖରେ ଆଉ କିଛି ସମ୍ବଳ ନାହିଁ। ତେଣୁ ଚାହିଁ ରହିଛନ୍ତି ପ୍ରଶାସନର ସହାୟତାକୁା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment