ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୋଟ ଗଣତିରୁ ପ୍ରାୟ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ଯାଉଛନ୍ତି। ସକାଳ ସାଢ଼େ ନଅଟା ସୁଦ୍ଧା ଆସୁଥିବା ସୂଚନା ଅନୁସାରେ ଏନଡିଏ ୨୭୨ ଆସନରେ ସ୍ଥିତି ସୁଦୃଢ଼ କରିଛି। ପ୍ରାୟ ପ୍ରତ୍ୟେକ ରାଜ୍ୟରେ ବିଜେପିର ପ୍ରାର୍ଥୀମାନେ ଖୁବ୍ ଭଲ କରୁଛନ୍ତି।

କଂଗ୍ରେସଠାରୁ ଯେଉଁ ଫଳ ଆଶା କରାଯାଉଥିଲା ତାହା ପୂରଣ ହୋଇନାହିଁ। ୫୪୨ ଆସନ ମଧ୍ୟରୁ ୪୫୦ ଆସନରେ ବିଜେପି ୩୦୦ ଆସନରେ ଆଗୁଆ ରହିଛି। ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିର ପ୍ରଦର୍ଶନ ଚମତ୍କାର ହୋଇଛି।

ରାଜସ୍ଥାନରେ କେବଳ ବିଜେପିର ପ୍ରାର୍ଥୀ ହିଁ ଜିତିବା ସ୍ପଷ୍ଟ ହୋଇଛି। ଓଡ଼ିଶାରେ ୨୧ ଆସନ ମଧ୍ୟରୁ ବିଜେପି ୮ଟି ଆସନରେ ଆଗେଇଛି। ପଶ୍ଚିମବଙ୍ଗରେ ବିଜେପି ୧୫ ଆସନରେ ଆଗେଇଛି। ଭୋଟ୍ ଫଳ ଆସିବା ଭିତରେ ଷ୍ଟକ ମାର୍କେଟରେ ବିପୁଳ ଉତ୍ସାହ ଦେଖାଯାଇଛି। ସେନସେକ୍ସ ୪୦୦ ପଏଣ୍ଟ ଅଧିକ ହୋଇଛି।

Comment