ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆମେଥୀରୁ ନିଜର ପରାଜୟ ସ୍ୱୀକାର କରିବାକୁ ପଡ଼ିଛିା ଆମେଥୀ ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଛନ୍ତିା ରାହୁଲ ମୋଟ୍ ୪ ଲକ୍ଷ ୧୩ ହଜାର ୩୯୪ ଖଣ୍ଡ ଭୋଟ୍ ପାଇଛନ୍ତିା କଂଗ୍ରେସ ଗଡ଼ କୁହାଯାଉଥିବା ଆମେଥୀରେ ରାହୁଲଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା।

କିନ୍ତୁ ଓ୍ୱାୟନାଡରେ ରାହୁଲ ସିଟ୍ କବ୍ଜା କରିବାରେ ସଫଳ ରହିଲେ। ରାହୁଲ ମୋଟ୍ ୭ ଲକ୍ଷ, ୬ହଜାର ୩୬୭ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତିା

ଓ୍ୱାୟନାଡରେ ରାହୁଲଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ପିପି ସୁନୀର ମୋଟ୍ ୨ ଲକ୍ଷ, ୭୪ ହଜାର ୫୯୭ ଭୋଟ୍ ପାଇଛନ୍ତିା ରାହୁଲ ମୋଟ୍ ୪ ଲକ୍ଷ ୩୧ ହଜାର ୭୭୦ ଭୋଟରେ ଆଗୁଆ ରହି ବିଜୟୀ ଲାଭ କରିଛନ୍ତିା

ଅନ୍ୟପଟେ ଆମେଥୀରୁ ନିଜର ପରାଜୟକୁ ସ୍ୱୀକର କରିବା ସହ ରାହୁଲ କହିଛନ୍ତି, “ସ୍ମୃତି ଇରାନୀଙ୍କୁ ଧନ୍ୟବାଦ। ସେଠାକାର ଜନତା ତାଙ୍କ ନିଷ୍ପତ୍ତି ଜଣାଇଛନ୍ତି। ଆଶା କରୁଛି ସେ ଆମେଥୀକୁ ଭଲପାଇବେ।”

Comment