ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନରେ ଆସିଥିବା ଫଳାଫଳ ବିଜେପିକୁ ବହୁମତ ଦେଇଛି। ମାତ୍ର କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି। ଆମେ ଯଦି ଫଳାଫଳ ଉପରେ ନଜର ପକାଇବା ତେବେ କଂଗ୍ରେସ ୧୮ଟି ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଖାତା ଖୋଲିପାରିନାହିଁ, ଅର୍ଥାତ ଏସବୁ ସ୍ଥାନରେ କଂଗ୍ରସର ଫଳ ଶୂନ।

ଏହା କଂଗ୍ରେସ ଲାଗି ଏକ ବଡ କ୍ଷତି , ୨୦୧୪ ମସିହା ନିର୍ବାଚନରେ କଂଗ୍ରେସକୁ ମାତ୍ର ୪୪ଟି ଆସନରେ ସଫଳତା ମିଳିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୫୨ରେ ପହଞ୍ଚିଛି।

କଂଗ୍ରେସ ଆନ୍ଧ୍ରପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଚଣ୍ଡିଗଡ,ଦାଦ୍ରାନଗର ହାବେଳି, ଡାମନ ଡିୟୁ,ଗୁଜୁରାଟ, ହରିୟାଣା,ହିମାଚଳ ପ୍ରଦେଶ,ଜମ୍ମୁ କଶ୍ମୀର, ମଣିପୁର, ମିଜୋରାମ,ନାଗାଲାଣ୍ଡ ପରି ରାଜ୍ୟରେ ଖାତା ଖୋଲିପାରିନାହିଁ।

ଅନ୍ୟପଟେ ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଏଥିରେ ପରାଜୟର କାରଣ ବାବଦରେ ଆଲୋଚନା ଓ ସମୀକ୍ଷା ହୋଇପାରେ। ଏହାସହିତ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେଇପାରନ୍ତି।

Comment